ଆଇଟିଆଇ, ବାଲେଶ୍ବର
- ପ୍ରତିଷ୍ଠାନ ପ୍ରକାର
ସରକାରୀ
- ଜିଲ୍ଲା ବାଲେଶ୍ବର
କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବା କୁଶଳୀ କାରିଗରଙ୍କ ଆବଶ୍ୟକତା ଦୃଷ୍ଟିରୁ ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନା କାଳରେ ୧୯୫୭ ମସିହାରେ ବାଲେଶ୍ବର ଆଇଟିଆଇ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତସ୍ତରରେ ପହଞ୍ଚିଥିବା ବେଳେ ଅତ୍ୟାଧୁନିକ ଆଇଟି ଓ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କମ୍ୟୁନିକେସନ ଲାବ ଓ କାର୍ମଶାଳା ରହିଛି। ଉନ୍ନତ ଶ୍ରେଣୀଗୃହ, ଛାତ୍ରଛାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ସହ ନିରବଛିନ୍ନ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଛି।