ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
ଆଇଟିଆଇ କଟକ, ରାଜ୍ୟର ସୁନାମଧନ୍ୟ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ। ସିଟିଏସ ପାଠ୍ୟକ୍ରମ ଅଧୀନରେ ବର୍ତ୍ତମାନ ଏଠାରେ ୨୦ଟି ଭିନ୍ନଭିନ୍ନ ଟ୍ରେଡରେ ତାଲିମ ଦିଆଯାଉଛି। କ୍ରମାନ୍ଵୟ ଭାବେ ଭଲ କରୁଥିବାରୁ ବିଶ୍ଵସ୍ତରୀୟ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ୨୦୧୫ ମସିହାରେ ଭାରତ ସରକାର ଏହି ପ୍ରାତିଷ୍ଠାନକୁ ସମ୍ମାନିତ କରିଥିଲେ।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।