ଆପଣଙ୍କ ପ୍ରଶ୍ନ ଦକ୍ଷତାରେ ଓଡ଼ିଶା, ବିଶ୍ଵରେ ସର୍ବୋତ୍ତମ

'ସ୍କିଲ୍ଡ ଇନ୍ ଓଡ଼ିଶା' ସମ୍ପର୍କରେ କିଛି ପ୍ରଶ୍ନ ଅଛି କି ? ଦକ୍ଷତା ବିକାଶ ନେଇ ସମସ୍ତ ଦିଗକୁ ଲକ୍ଷ୍ୟ ରଖି ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ଏହା ଆପଣଙ୍କୁ ଉଚିତ ଦିଗଦର୍ଶନ ଦେଇ ପାରିବ ବୋଲି ଆମର ବିଶ୍ଵାସ। ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରାଯାଇ ସରଳ ଏବଂ ବୋଧଗମ୍ୟ ହେଲାଭଳି ସମସ୍ତ ସୂଚନା ରଖାଯାଇଛି।

ଓଡ଼ିଶାରେ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କ ଦ୍ୱାରା ହାତକୁ ନିଆଯାଉଥିବା ଦକ୍ଷତା ବିକାଶ କାର୍ଯ୍ୟକଳାପକୁ ତଦାରଖ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡ଼ିଏ) ଗଠନ କରାଯାଇଛି। ଏଥିରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସ୍ତରର ଜଣେ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ଦେଇଥାନ୍ତି, ଯିଏ କି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିବୃତି ରଖିଥାନ୍ତି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଗୋଟିଏ ଶାସନ ପରିଷଦକୁ ନେଇ ଗଠିତ; ଯେଉଁଥିରେ ୪ ଜଣିଆ କାର୍ଯ୍ୟକାରୀ କମିଟି  ସଦସ୍ୟ ବିଭିନ୍ନ ବିଭାଗର ପ୍ରତିନିଧି ଓ ବିଭିନ୍ନ କ୍ଷେତ୍ରରୁ ଆମନ୍ତ୍ରିତ ସଦସ୍ୟମାନେ ସାମିଲହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି।

ତିନି ବର୍ଷ ସମୟସୀମା ଯଥା ୨୦୧୮-୧୯ ମଧ୍ୟରେ ୮ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଲକ୍ଷ୍ୟ ରଖିଛି। ଜୁନ ୨୦୧୭ ସୁଦ୍ଧା ଆମକୁ ପାଖାପାଖି ୬.୭ ଲକ୍ଷ ଯୁବଗୋଷ୍ଠୀଙ୍କ ପାଖରେ ପହଞ୍ଚିବାକୁ ପଡିବ। ଏହା ବ୍ୟତୀତ ଆମେ 'ସ୍କିଲ୍ଡ ଇନ୍ ଓଡ଼ିଶା' ବ୍ରାଣ୍ଡ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ; ଯାହା ଦ୍ୱାରା ଓଡ଼ିଶାର ତାଲିମପ୍ରାପ୍ତ କର୍ମୀମନେ ସବୁ ସ୍ଥାନରେ ପ୍ରଶଂସାର ପାତ୍ର ହେବେ। ନାମଜାଦା କମ୍ପାନୀମାନେ ଏହାଦ୍ଵାରା ଓଡିଶାର ପିଲାଙ୍କୁ ନିଯୁକ୍ତି ଦେବାକୁ ଚାହିଁବେ। ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ନୂତନତ୍ଵର ପୃଷ୍ଠଭୂମୀ ହେବାକୁ ଲକ୍ଷ୍ୟ ରଖିଛୁ। ଆଗାମୀ ୫ ବର୍ଷ ମଧ୍ୟରେ ଆମେ ବିଭିନ୍ନ ଜ୍ଞାନ କୌଶଳ ବିକାଶ କରି ଏହାକୁ ପ୍ରୟୋଗ କରିବାକୁ ଚାହୁଁ, ଯାହା ସମସ୍ତଙ୍କ ଦ୍ୱାରା ଆଦୃତ ହେବ ଏବଂ ଏହା ଓଡ଼ିଶା ମଡେଲ ଭାବେ ଚାରିଆଡେ ପରିଚିତ ହେବ।

ଓଡ଼ିଶାରେ ବାସ କରୁଥିବା ସାଢ଼େ ଚାରି କୋଟି ଲୋକଙ୍କ ମଧ୍ୟରୁ ୩୦ ବର୍ଷରୁ କମ୍ ଲୋକଙ୍କ ସଂଖ୍ୟା ହେଉଛି ୫୦ ପ୍ରତିଶତ। ଏହି ବର୍ଗର ଲୋକଙ୍କ ମଧ୍ୟରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ପରେ ବିଦ୍ୟାଳୟ ଛାଡିଥିବା ଲକ୍ଷାଧିକ ଯୁବକ ଯୁବତୀ ଅଛନ୍ତି। ନିଯୁକ୍ତି ପାଇବା ପାଇଁ ବା ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହେବା ପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଓ ସଫଳତାର ମାର୍ଗ ଦେଖାଇବାକୁ ପଡିବ। ଏହି ବର୍ଗ ବ୍ୟତୀତ ଦଶମ ଶ୍ରେଣୀ ପରେ ଆଇଟିଆଇ ପଢିଥିବା ଅନେକ ଯୁବଗୋଷ୍ଠୀ ଅଛନ୍ତି। ସ୍କୁଲରୁ ବା ସ୍କୁଲ ପରେ ପଢା ଛାଡିଥିବା ଅଧିକାଂଶ ପିଲାମାନଙ୍କୁ ସ୍ୱଳ୍ପ ଅବଧି ଭିତ୍ତିକ ତାଲିମ ମିଳିବା ଦ୍ୱାରା ସେମାନେ ଉପଯୁକ୍ତ ଚାକିରୀ ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇପାରିବେ। ଏହି ସ୍ୱଳ୍ପ ଅବଧି ଭିତ୍ତିକ ତାଲିମର ସମୟସୀମା ଅଢେଇ ମାସରୁ ୬ ମାସ ମଧ୍ୟରେ ରହିଥାଏ। ଆଇଟିଆଇ ପଢିବା ପାଇଁ ପିଲାମାନେ ନିଜ ଟ୍ରେଡ଼ ଅନୁଯାୟୀ ୧ରୁ ୨ ବର୍ଷ ସମୟସୀମା ମଧ୍ୟରେ ବିଭିନ୍ନ ଯୋଜନାରେ ତାଲିମ ନେଇ ପାରିବେ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଗଠନ ହେବା ପରେ, ଆଗାମୀ ୩ ବର୍ଷ ମଧ୍ୟରେ ୮ ଲକ୍ଷ ଯୁବପୀଢ଼ିଙ୍କ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରାର୍ଥୀଙ୍କ ଯୋଗ୍ୟତା ଓ ମନୋବୃତ୍ତି ଉପରେ ନିର୍ଭର କରି ବିଭିନ୍ନ ପ୍ରକାର ବିଷୟରେ ସେମାନଙ୍କୁ ତାଲିମ ଦିଆଯାଇଥାଏ। ତାଲିମ ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତି। ସରକାରୀ ଅନୁଷ୍ଠାନ ଓ ସରକାରଙ୍କ ଦ୍ୱାରା ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନମାନଙ୍କରେ ଏହି ତାଲିମ ପ୍ରଦାନ କରାଯାଇଥାଏ।

ନିମ୍ନରେ କିଛି ଉଦାହରଣ ପ୍ରଦାନ କରାଗଲା :

  • ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU-GKY) ଅଧୀନରେ ଅଢେଇ ମାସରେ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଥାଏ। ଡିଡିୟୁ-ଜିକେଓ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରାଯାଇ ବିଭିନ୍ନ ପ୍ରକାର ଚାକିରୀ ଯଥା- ସିଲେଇ ଯନ୍ତ୍ର ଚଲାଇବା, ଅତିଥି ସହାୟକ, ପାଇପ ମିସ୍ତ୍ରୀ, ଚିକିତ୍ସାଳୟରେ ସାଧାରଣ ପରିଚାରକ, ବିଦ୍ୟୁତଯନ୍ତ୍ରୀ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଅତିରିକ୍ତ ତାଲିମ ସେବା ଏବଂ ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି DDU-GKYର ୱେବସାଇଟ ଦେଖନ୍ତୁ। 

 

  • ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(PMKVY) ଅଧୀନରେ ଆମେ ପ୍ରକୃତିକ ଚାଷ, ସୋଲାର ପିଭି ଯନ୍ତ୍ରୀ, ସିସିଟିଭି ଯନ୍ତ୍ରୀ, ମୋବାଇଲ ଯନ୍ତ୍ରୀ, ବଢ଼େଇ ପ୍ରଭୃତି ବ୍ୟବସ୍ଥାଗତ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ତାଲିମ ଦେଇଥାଉ। ପିଏମକେଭିଓ୍ବାଇ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି ପରିଦର୍ଶନ କରନ୍ତୁ 

 

  • ଓଡିଶା ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ଦେଉଛନ୍ତି। ଭାରି ବା ହାଲୁକା ଯାନ ଚଲାଇବା ଠାରୁ ଆରମ୍ଭ କରି ଅଫିସ ପରିଚାଳନାହୋଟେଲରେ ରୋଷେୟା କାର୍ଯ୍ୟ ବ୍ୟତୀତ କୃଷି ଓ ପଶୁପାଳନମାଛ ଚାଷପୋଷାକ ନିର୍ମାଣହସ୍ତଶିଳ୍ପ ଆଦି ବିଭିନ୍ନ ବିଭାଗରେ ଦକ୍ଷତା ହାସଲ ପାଇଁ ତାଲିମ ପ୍ରଦାନ କରାଯାଉଛି।

ଆପଣଙ୍କ ନିକଟରେ ଥିବା ତାଲିମ କେନ୍ଦ୍ର ଏବଂ ଆଗକୁ ଆସୁଥିବା ବିଭିନ୍ନ ତାଲିମ ସେବା ବିଷୟରେ ଜାଣିବା ପାଇଁ ନିଜ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ସହ ସିଧାସଳଖ କଥା ହୁଅନ୍ତୁ।

ଏଠାରେ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ତାଲିକା ପ୍ରଦାନ କରାଗଲା :

ଏହା ବ୍ୟତୀତ ଅଧିକ ଜାଣିବା ପାଇଁ ଆପଣ ଆମ ତାଲିମ ସହଭାଗୀଙ୍କ ସହ ମଧ୍ୟ କଥା ହୋଇ ପାରିବେ : ତାଲିମ ସହଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।

ଡିଡିୟୁ-ଜିକେଓ୍ବାଇ , ପିଏମକେଭିଓ୍ବାଇ ଏବଂ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ତାଲିମ କାର୍ଯ୍ୟକ୍ରମ ଗୁଡିକର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ରହିବା ଓ ଖାଇବା ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ପ୍ରାର୍ଥୀଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

ଆଇଟିଆଇମାନଙ୍କରେ ଟ୍ରେଡ଼ ଭିତ୍ତିରେ ୧ରୁ ୨ ବର୍ଷ ପାଇଁ ବିଭିନ୍ନ ବିଭାଗରେ ତାଲିମ ପ୍ରଦାନ କରାଯାଇଥାଏ। ଯଥା- ୱେଲଡିଂ, ଫିଟର, ବିଦ୍ୟୁତ ଯନ୍ତ୍ରୀ, ପୋଷାକ ପରିକଳ୍ପନା ଆଦି ଅନେକ।

ଆଇଟିଆଇ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :

ଜିଲାମାନଙ୍କରେ ସରକାରୀ ଆଇଟିଆଇ ବ୍ୟତୀତ ଅନେକ ବେସରକାରୀ ଆଇଟିଆଇ ଅଛି; ଯେଉଁଠାରେ ତାଲିମ ପାଇଁ ଅର୍ଥ ପୈଠ କରିବାକୁ ହୁଏ। ଏହା ବ୍ୟତୀତ ଟାଟା, ଜେଏସଡବ୍ଲ୍ୟୁ, ଇମ୍ଫା ପରି ଅନେକ ନାମୀ ସଂସ୍ଥାମାନେ ରାଜ୍ୟରେ ନିଜ ଆଇଟିଆଇ ସ୍ଥାପନ କରିଛନ୍ତି। ବର୍ଷକୁ ଥରେ ଅନଲାଇନ ମାଧ୍ୟମରେ ଆଇଟିଆଇ କଲେଜ ଗୁଡିକରେ ନାମଲେଖା ହୋଇଥାଏ। ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଏହା ତାଲିମାର୍ଥୀଙ୍କ ଦକ୍ଷତା ଓ ସାମାଜିକ-ଆର୍ଥିକ ପରିସ୍ଥିତି ଉପରେ ନିର୍ଭର କରେ। ବିଭିନ୍ନ କ୍ଷେତ୍ରରେ ତାଲିମାର୍ଥୀଙ୍କ ପଢା ଖର୍ଚ୍ଚ ଛାଡ଼ ସହିତ ଶିକ୍ଷାବୃତ୍ତିର ମଧ୍ୟ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ପଢା ଖର୍ଚ୍ଚ ପୁରା କିମ୍ବା ସ୍ୱଳ୍ପ ଛାଡ଼ ମିଳି ପାରିବ। ରହିବା, ଖାଇବା ଖର୍ଚ୍ଚ ମଧ୍ୟ କିଛି କ୍ଷେତ୍ରରେ ସରକାର ବହନ କରନ୍ତି। ନିମ୍ନରେ ଦିଆଯାଇଥିବା ସାରଣୀରେ ଏ ସମ୍ପର୍କୀୟ ସୂଚନା ଉପଲବ୍ଧ :  କ୍ଲିକ୍ କରନ୍ତୁ 

ଯୁବତୀମାନଙ୍କୁ ଆଇଟିଆଇ ପାଠ୍ୟକ୍ରମ ପ୍ରତି ଆକୃଷ୍ଟ କରିବା ଆମର ଅନ୍ୟ ଏକ ଉଦ୍ଦେଶ୍ୟ। ଯେଉଁଥିପାଇଁ ଯୁବତୀମାନଙ୍କର ସମସ୍ତ ପଢା ଖର୍ଚ୍ଚ ଆମେ ବହନ କରୁଛୁ। 

ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଭୁବନେଶ୍ୱର ନିକଟସ୍ଥ ଖୁଦୁରପୁରରେ ଆମେ ଏକ ସ୍ୱତନ୍ତ୍ର ଆଇଟିଆଇ ଶିକ୍ଷା କେନ୍ଦ୍ର ସ୍ଥାପନ କରିଛୁ। ଏହି କେନ୍ଦ୍ରରେ ଉଭୟ ଯୁବକ ଓ ଯୁବତୀଙ୍କ ପାଇଁ ରହିବାର ସୁବିଧା କରାଯାଇଛି। ସେମାନଙ୍କୁ ନେବା ଆଣିବାଖାଇବାରହିବା ବ୍ୟତୀତ ଅତିରିକ୍ତ ତାଲିମ ନେବାର ବ୍ୟବସ୍ଥା ସରକାର ମାଗଣାରେ ଯୋଗାଉଛନ୍ତି। ଆଇଟିଆଇ ଖୁଦୁରପୁର ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ 

ସରକାରଙ୍କ ଅଧୀନରେ ଦକ୍ଷତା ବିକାଶ ସହଯୋଗୀ ଭାବେ ପାଠ୍ୟକ୍ରମ ପ୍ରଣୟନ କରିବାର ସହଜ ମାଧ୍ୟମ ହେଉଛି ଡିଡିୟୁ-ଜିକେଓ୍ବାଇ ଯୋଜନା ଅଧୀନରେ ତାଲିକାଭୁକ୍ତ ହେବା(ଡିଡିୟୁ-ଜିକେଓ୍ବାଇ ସାଇଟକୁ ଯିବାପାଇଁ ଏଠାରେ କ୍ଲିକ୍ କରନ୍ତୁ) କିମ୍ବା ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରାଳୟ ଦ୍ୱାରା ଗଠନ ହୋଇଥିବା ପିଏମକେଭିଓ୍ବାଇ/ଜାତୀୟ ଦକ୍ଷତା ବିକାଶ ନିଗମ ସହ ଅନୁବନ୍ଧିତ ହୋଇପାରିବେ। ତାଲିମ ସମାପ୍ତ ହେବା ପରେ ୭୦ରୁ ୮୦ ପ୍ରତିଶତ ତାଲିମାର୍ଥୀଙ୍କୁ ନିଯୁକ୍ତି ଦେବାର ଲିଖିତ ପ୍ରତିଶ୍ରୁତି ଦେଉଥିବା ଦକ୍ଷତା ବିକାଶ ସହଯୋଗୀଙ୍କୁ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଗୁରୁତ୍ୱ ଦେଇଥାଏ। ଅଧିକ ସଂଖ୍ୟକ ତାଲିମ ଦେବାର କ୍ଷମତା, ଗୁଣାତ୍ମକ ଉତ୍କର୍ଷତା ଓ ନିଯୁକ୍ତି ଆଦି ୩ଟି ଜିନିଷ ଦେଉଥିବା ଦକ୍ଷତା ବିକାଶ ସହଯୋଗୀଙ୍କୁ ଆମେ ସନ୍ଧାନ କରୁଛୁ।

ଆମେ ମଧ୍ୟ ସେଇ ନିଯୁକ୍ତିଦାତାଙ୍କୁ ସ୍ୱାଗତ କରୁ; ଯେଉଁମନେ ଉତ୍ତମ ଦକ୍ଷତା ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଇଚ୍ଛୁକ, ସେମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯାଇପରିବ। ସେମାନେ ଯେଉଁ ଧରଣର ନିଯୁକ୍ତି ସୃଷ୍ଟି କରିବେ ତାହା ଉପରେ ପ୍ରୋତ୍ସାହନ ନିର୍ଭର କରେ।

ଥରେ ତାଲିକାଭୁକ୍ତ ହେବା ପରେ, ସହଯୋଗୀଙ୍କ ମାନ ଓ ଗୁଣବତ୍ତାସ୍ତର ନିର୍ଣ୍ଣୟ ପ୍ରକ୍ରିୟା ଦେଇ ଗତିକରିବାକୁ ହେବ। ସେହି ଆଧାରରେ ସହଯୋଗୀଙ୍କ ବିଭିନ୍ନ ସୁବିଧା ଓ ସୁଯୋଗ ବିଷୟରେ ଅବଗତ କରାଯାଇଥାଏ।

ସରକାରୀ-ଘରୋଇ ଭାଗିଦାରୀରେ ୮ଟି ଉଚ୍ଚସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଓଡିଶା ସରକାର ମନସ୍ଥ କରିଛନ୍ତି। ଏଥିପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଉଦ୍ଦେଶ୍ୟ ହେଉଛି ବୈଷୟିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଉନ୍ନତମାନର ଶିକ୍ଷା ପ୍ରଦାନ ସହିତ ଛଅ ମାସିଆ ତାଲିମ ପ୍ରଦାନ କରାଯିବ। ଏହି ଶିକ୍ଷାର ଖର୍ଚ୍ଚ ପ୍ରାର୍ଥୀମାନେ ନିଜେ ବହନ କରିବେ। ଗୋଟିଏ ଏଏସଟିଆଇ ପ୍ରାଥମିକ ବିଦ୍ୟାଳୟ ଭାବେ କାର୍ଯ୍ୟ କରିବ। ଏହା ସହିତ ପାଖାପାଖି ଥିବା ଆଇଟିଆଇର ପଢା ଗୁଣବତ୍ତା ବୃଦ୍ଧି କରିବା ଦିଗରେ ଏହି ୮ଟି ଏଏସଟିଆଇ ସହାୟକ ହେବ। ୮ଟି ଏଏସଟିଆଇ କେଉଁ ଅଞ୍ଚଳରେ ପ୍ରତିଷ୍ଠା ହେଉଛି ଏବଂ ଏହାର ବିଶେଷତ୍ୱ ବିଷୟରେ ଜାଣିବା ପାଇଁ ଏଠାରେ ଦିଆଯାଇଥିବା ଏଏସଟିଆଇ ଲିଙ୍କ ଉପରେ କ୍ଲିକ୍ କରନ୍ତୁ

ସରକାରଙ୍କ ଦ୍ୱାରା ପ୍ରଦତ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ପରସ୍ପର ସହିତ ଜଡିତ। ଡିଡିୟୁ-ଜିକେଓ୍ବାଇ ପିଏମକେଭିଓ୍ବାଇ ଯୋଜନା ଅଧୀନରେ ଥିବା ତାଲିମ କେନ୍ଦ୍ର ଗୁଡିକ ନିଯୁକ୍ତି ବ୍ୟବସ୍ଥା କରିଥାନ୍ତି। ଅନେକ ସମୟରେ ଓଡିଶା ବାହାରେ ଚାକିରୀ ପାଇଁ ସୁଯୋଗ ଆସିପାରେ ଏବଂ ଜଣେ କୁଶଳୀ ବ୍ୟକ୍ତି ରାଜ୍ୟ ବାହାରେ ଚାକିରୀ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। ବର୍ତ୍ତମାନ ଓଡ଼ିଶାରେ ତାଲିମପ୍ରାପ୍ତ ଅନେକ ଯୁବଗୋଷ୍ଠୀ ଦେଶର ବିଭିନ୍ନ ସ୍ଥାନ ଏବଂ ଦେଶ ବାହାରେ ମଧ୍ୟ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

କୁଶଳୀ ପ୍ରାର୍ଥୀଙ୍କୁ ଚାକିରୀ ପାଇଁ ଲାଇନରେ ଠିଆ ହେବାର ଆବଶ୍ୟକତା ନାହିଁ ବୋଲି ଆମେ ବିଶ୍ୱାସ କରୁ। କେତେକ ନିଜେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ କିଛି କୁଶଳୀ ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା କରି ଅନ୍ୟମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଉଦ୍ୟୋଗୀତା ପାଇଁ ଯୁବ କୁଶଳୀ ପ୍ରତିଭାଙ୍କ ବିଚାରଧାରାକୁ ଏକ ଉଚିତ ମାର୍ଗ ଦେଖାଇବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜାତୀୟ ଦକ୍ଷତା ବିକାଶ ନିଗମ ମିଳିତ ସହଭାଗିତାରେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କିତ ଅଧିକ ତଥ୍ୟ ୨୦୧୭ ଅଗଷ୍ଟ ମାସ ସୁଦ୍ଧା ଏଠାରେ ଉପଲବ୍ଧ ହେବ। 

ଆଶାୟୀ ପ୍ରାର୍ଥୀଙ୍କୁ ଆମେ ସିଧାସଳଖ ନିଯୁକ୍ତି ଦେଇ ନଥାଉ। ଆପଣ ଦକ୍ଷତା ତାଲିମଦାତା ହେବା ପାଇଁ ଇଚ୍ଛୁକ ଥିଲେ ଆମ ସ୍ଵୀକୃତିପ୍ରାପ୍ତ ତାଲିମ ସହଭାଗୀଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କୀୟ ଅଧିକ ସୁଯୋଗ ବିଷୟରେ ଅବଗତ ହୋଇପାରିବେ। ଯଦି ଆପଣ "ଟିଚ୍ ଫର ଓଡିଶା" ଯୋଜନା ଅଧୀନରେ କୌଣସି ଏକ ଆଇଟିଆଇରେ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ତେବେ, ଦୟାକରି ଏଠାରେ କ୍ଲିକ୍ କରନ୍ତୁ

ଯେଉଁମାନେ ସମୟ ଅବା ଅନ୍ୟାନ୍ୟ ଉପାୟରେ ନିଜ ରାଜ୍ୟ ପାଇଁ କିଛି କରିବାକୁ ସୁଯୋଗ ଖୋଜୁଛନ୍ତି ଦୟାକରି ଆମ ସହ ସମ୍ପର୍କ କରନ୍ତୁ

ଆମେ ଆପଣଙ୍କ ପ୍ରଶ୍ନ ବିଷୟରେ ଜାଣିବା ପାଇଁ ଇଚ୍ଛୁକ ଅଛୁ। ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ପ୍ରଶ୍ନ ଲେଖି ଆମକୁ ଜଣାନ୍ତୁ। ଏହାର ଉତ୍ତର ଆମେ ଯଥାଶୀଘ୍ର ଆପଣଙ୍କୁ ଦେବୁ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।