ଫୋକସରେ

ଆଇଟିଆଇ

ବ୍ରହ୍ମପୁର ଆଇଟିଆଇ

୧୯୫୭-୧୯୫୮ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ବ୍ରହ୍ମପୁର ଆଇଟିଆଇ ହେଉଛି ରାଜ୍ୟର ସର୍ବବୃହତ ଶିଳ୍ପ ତାଲିମ କେନ୍ଦ୍ର। ଏଠାରେ ୨୬ଟି ଟ୍ରେଡ ଥିବା ସହ ତିନି ହଜାର ପିଲାଙ୍କ ପାଇଁ ପଢିବାର ସୁବିଧା ରହିଛି। ଏହି ଆଇଟିଆଇର ଅଟୋମୋବାଇଲ ବିଭାଗର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଭାରତ ସରକାର ଏହାକୁ ଉତ୍କର୍ଷତାର କେନ୍ଦ୍ର(Centre of Excellence)ଭାବେ ଘୋଷଣା କରିଛନ୍ତି। ପ୍ରତିଷ୍ଠାନ ଦୀର୍ଘ ୫ ବର୍ଷ ଧରି ଶତ ପ୍ରତିଶତ ନିଯୁକ୍ତି ଦେଇଆସୁଛି। ସିଏନସି ଟର୍ଣ୍ଣିଂ ଆଣ୍ଡ ମିଲିଙ୍ଗ, ଅଟୋ ଡେସ୍କ ବିଶ୍ୱବିଦ୍ୟାଳୟ ସହବଦ୍ଧରେ କାଡ କାମ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ବିଦ୍ୟାର୍ଥୀଙ୍କ ପାଇଁ ପିସିବି ଡିଜାଇନ ଏବଂ ସମସ୍ତଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଉଚ୍ଚମାନର ତାଲିମ ଦିଆଯାଇଥାଏ। ପ୍ରତିଷ୍ଠାନର ମୂଳମନ୍ତ୍ର ହେଉଛି,' ଗୁଣାତ୍ମକ ତାଲିମ ଦେବା ଆମ ଲକ୍ଷ୍ୟ ଓ ଶତ ପ୍ରତିଶତ ନିଯୁକ୍ତି ହେଉଛି ଆମ ସଫଳତା'। ଏମଏମଭି ଟ୍ରେଡରେ ଏହା ଦେଶର ଶ୍ରେଷ୍ଠ ଆଇଟିଆଇ ବୋଲି ୨୦୧୦ ଓ ୨୦୧୪ ମସିହାରେ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଘୋଷଣା କରିଥିଲା। ଦେଶରେ ଶ୍ରେଷ୍ଠ ନିଯୁକ୍ତି ଦେଉଥିବା ପ୍ରତିଷ୍ଠାନ ଭାବେ ଏହାକୁ ୨୦୧୫ ମସିହାରେ ଆସୋଚମ ଘୋଷଣା କରିଥିବା ବେଳେ ୨୦୧୬ରେ ଭାରତ ସରକାର ମଧ୍ୟ ଘୋଷଣା କରିଥିଲେ। ଭାରତ ସରକାରଙ୍କ କୌଶଳ ଓ ଉଦ୍ୟୋଗୀ ବିକାଶ ମନ୍ତ୍ରାଳୟ ଏହାକୁ ଶ୍ରେଷ୍ଠ ଦକ୍ଷତା ବିକାଶ ପ୍ରତିଷ୍ଠାନ ଘୋଷଣା କରିଥିବା ବେଳେ ଦକ୍ଷତା ବିକାଶ କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଇଣ୍ଡିଆ ସ୍କିଲ୍ସ-୨୦୧୬ ସମ୍ମାନରେ ଏହି ପ୍ରତିଷ୍ଠାନକୁ ସମ୍ମାନିତ କରଯାଇଥିଲା। ପ୍ରଥମ କରି ଦେଶରେ, ଏହି ପ୍ରତିଷ୍ଠାନ ୨୦୧୬ ମସିହାରେ ପ୍ରଥମ ସମାବର୍ତ୍ତନ ଉତ୍ସବ ଆୟୋଜନ କରିଥିଲା। ପ୍ରତିଷ୍ଠାନର ରୋଲ ମଡେଲମାନେ ଦେଶରେ ଅଗ୍ରଣୀ।

ITI Berhampur
ITI Berhampur

ନିଯୁକ୍ତିଦାତା

ଭି ଜି ସିଦ୍ଧାର୍ଥ

କାଫେ କଫି ଡେ(ସିସିଡି) ଏବେ କେବଳ ଯୁବଗୋଷ୍ଠୀ ନୁହେଁ ବରଂ ସବୁ ବୟସର ଲୋକଙ୍କ ଦ୍ଵାରା ଆଦୃତ ହୋଇପାରିଛି। ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥା ବିଗତ ଦଶ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବଡ ରିଟେଲ ସଂସ୍ଥା ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି। ଏହା ଦେଶର ଛୋଟଛୋଟ କଫି ଚାଷୀଙ୍କ ଠାରୁ କଫି ସଂଗ୍ରହ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ଜୀବନଧାରଣ ମାନରେ ଉନ୍ନତି କରାଇଛି। ବର୍ତ୍ତମାନ ଏହା ଭାରତ ସହିତ ଅଷ୍ଟ୍ରିଆ, ଚେକ ରିପବ୍ଲିକ ଓ ମାଲେସିଆରେ ମଧ୍ୟ ବ୍ୟବସାୟ ବୃଦ୍ଧି କରିଛି।

ସିସିଡିକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏହାର ପ୍ରତିଷ୍ଠତା, ଭିଜି ସିଦ୍ଧାର୍ଥ। ଓଏସଡିଏର ତାଲିମ ସହଯୋଗୀ ଗ୍ରାମ ତରଙ୍ଗ ମାଧ୍ୟମରେ ସେ ୨୦୧୨ ମସିହାରୁ ‘ସ୍କିଲ୍ଡ ଇନ ଓଡିଶା’ ସହ ଜଡିତ। ୫ ବର୍ଷ ମଧ୍ୟରେ ଓଡିଶାରେ ଦକ୍ଷତା ହାସଲ କରିଥିବା ୧୩୦୦ରୁ ଅଧିକ କୁଶଳୀ କର୍ମୀଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେଇଛନ୍ତି। ଏମାନେ ଗ୍ରାମ ତରଙ୍ଗରେ ଷ୍ଟୋର ପରିଚାଳନାର ବିଭିନ୍ନ ଦିଗରେ ଦକ୍ଷତା ହାସଲ କରିବା ସହିତ ଉନ୍ନତମାନର କଫି ପ୍ରସ୍ତୁତ କରିବା ଏବଂ ଗରାଖଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ମାହିର। ଶ୍ରୀଯୁକ୍ତ ସିଦ୍ଧାର୍ଥଙ୍କ କହିବା ଅନୁଯାୟୀ, ସାରା ଭାରତରେ ସିସିଡିର ବ୍ୟବସାୟ ବୃଦ୍ଧି କରେଇବାରେ ଏହି ଯୁବଗୋଷ୍ଠୀ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।

Employer

ଭି ଜି ସିଦ୍ଧାର୍ଥ

କାଫେ କଫି ଡେ

ତାଲିମ ସହଯୋଗୀ

ଆଇଏଲ ଏବଂ ଏଫଏସ(IL&FS) ସ୍କିଲ୍ସ ଓଡ଼ିଶା

ଧନ୍ଦାମୂଳକ ତାଲିମ ପ୍ରଦାନରେ ଆଇଏଲଏଣ୍ଡଏଫଏସ ସ୍କିଲ୍ସ ସାରା ଭାରତରେ ଗୋଟିଏ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ପରିଚିତ। ୨୦୦୮ ମସିହାରୁ ଏହା ଓଡିଶାରେ ନିଜର ୩୨ଟି ପ୍ରତିଷ୍ଠାନ ସ୍ଥାପନ କରିଛି। ଏଥି ମଧ୍ୟରୁ ୨୧ଟି ପ୍ରତିଷ୍ଠାନରେ ରହିବା ଓ ଖାଇବାର ବ୍ୟବସ୍ଥା ଥିବାବେଳେ ଗୋଟିଏ ବର୍ଷରେ ଏଠାରେ ୨୩ ହଜାର ପିଲାଙ୍କୁ ତାଲିମ ଦେବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଓଡିଶାରେ ସଫଳତାର ସହିତ ୭୫ ପ୍ରତିଶତ ତାଲିମାର୍ଥୀଙ୍କୁ ନିଯୁକ୍ତି ଦେବା ସହ ୭୦,୨୧୬ ଜଣଙ୍କୁ ତାଲିମ ଦେଇଛୁ; ଯେଉଁଥିରେ ୪୭,୩୫୯ ଜଣଙ୍କୁ ନିଯୁକ୍ତି ପାଇଁ କୁଶଳୀ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ୨୧,୦୦୦ରୁ ଅଧିକ ପ୍ରାର୍ଥୀ ଏବଂ ସ୍କିଲ୍ସ@ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ୬୦ଟି ସ୍କୁଲରୁ ୧୮୦୦ରୁ ଅଧିକ ପ୍ରାର୍ଥୀ ସାମିଲ ଅଛନ୍ତି। ତିନୋଟି ପ୍ରବାସନ ସହାୟତା କେନ୍ଦ୍ରର ନିରନ୍ତର ସହାୟତା ସହିତ ଦେଶରେ ଦ୍ରୁତଗତିରେ ବିକାଶ ପାଉଥିବା କୃଷି, ନିର୍ମାଣ, ହସ୍ତତନ୍ତ ଓ ହସ୍ତଶିଳ୍ପ, ବେଙ୍କିଙ୍ଗ ଓ ବିତ୍ତୀୟ ସେବା, ଟ୍ରାଭେଲ ଏବଂ ଟୁରିଜିମ, ଆଇଟି-ଆଇଟିଇଏସ, ପୋଷାକ, କପଡା ଏବଂ ମୋଟର ଯାନ ଆଦି କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଶିକ୍ଷାନବିସମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ଭାରତରେ ୩ଇ- ଶିକ୍ଷା(ଏଜୁକେସନ), ରୋଜଗାରକ୍ଷମ(ଏମ୍ପ୍ଲୋୟବିଲିଟି) ଓ ନିଯୁକ୍ତି(ଏମ୍ପ୍ଲୋୟମେଣ୍ଟ) ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ବାଧାବିଘ୍ନକୁ ଏଡାଇ ୬୦୦ରୁ ଅଧିକ ସମର୍ପିତ କର୍ମଚାରୀ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି।
ଆମ ସହ ଯୋଗାଯୋଗ କରିବା ପାଇଁ ୦୬୭୪-୬୬୬୮୦୦୦

Training-Partner
Training-Partner

ଦକ୍ଷ ଅଧିକାରୀ

ଶ୍ରୀ ବିଏନ ଦାସ

ଓରମାସର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଉଛନ୍ତି ବିଏନ ଦାସ। ରାଜ୍ୟରେ ଦକ୍ଷତା ବିକାଶ କୌଶଳର ସେ ବିଶାରଦ। ବିଗତ ୭ ବର୍ଷ ମଧ୍ୟରେ ସ୍କିଲ୍ଡ ଇନ ଓଡ଼ିଶା ମାଧ୍ୟମରେ ଯୁବଗୋଷ୍ଠୀ ନିଯୁକ୍ତି ପାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଦାସଙ୍କ ବିଶ୍ବାସ ଅନୁଯାୟୀ, ଦକ୍ଷତା ବିକାଶରେ ସହଯୋଗ କରୁଥିବା ତାଲିମ ସହଯୋଗୀମାନେ ଠିକାଦାର ନୁହନ୍ତି। ବରଂ ସେମାନେ ହେଉଛନ୍ତି ବିକାଶର ସାରଥି। ପ୍ରତିଷ୍ଠାନରେ ଯୋଗ ଦେଉଥିବା ଦକ୍ଷତା ତାଲିମଦାତାମାନେ ଅଷ୍ଟ୍ରେଲିଆନ କାଉନସିଲ ଦ୍ଵାରା ସ୍ଵତନ୍ତ୍ର ଭାବେ ତାଲିମପ୍ରାପ୍ତ, ଯାହାଦ୍ଵାରା ସେମାନେ ଆନ୍ତର୍ଜାତୀୟସ୍ତରର ତାଲିମଦାତା ଭାବେ ସ୍ବୀକୃତିପ୍ରାପ୍ତ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯୁବଗୋଷ୍ଠୀ ବିଶେଷ କରି ଯୁବତୀମାନେ ଯେତେବେଳେ ତାଲିମ ନେଇ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ପାଇ ନିଜକୁ ଆତ୍ମ ନିର୍ଭରଶୀଳ କରିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ବିଏନ ଦାସଙ୍କୁ ମିଳିଥାଏ ଆତ୍ମସନ୍ତୋଷ।

officer

ଶ୍ରୀ ବିଏନ ଦାସ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।